(ମୁମ୍ବାଇ) : କମବ୍ୟାକ କରୁଛନ୍ତି ନର୍ଗିସ । ବଲିଉଡରୁ ନୁହେଁ ବରଂ ସାଉଥ ଫିଲ୍ମରୁ କରୁଛନ୍ତି। ରଣବୀର କପୁରଙ୍କ ସହ ଫିଲ୍ମ ରକଷ୍ଟାର ସହିତ ବଲିଉଡରେ ଡେବ୍ୟୁ କରିଥିବା ନର୍ଗିସଙ୍କୁ ବର୍ତ୍ତମାନ ଲୋକ ଉଦୟ ଚୋପ୍ରାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଭାବରେ ମନେରଖିଛନ୍ତି। ଦୁଇ ବର୍ଷର ସମ୍ପୂର୍ଣ୍ଣ ବ୍ରେକ୍ ପରେ, ନର୍ଗିସ୍ କିଛି ଦିନ ହେବ ବଲିଉଡରେ ପୁଣିଥରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଫଳତା ପାଇଲେ ନାହିଁ । ନର୍ଗିସ, ପୱନ କଲ୍ୟାଣଙ୍କ ସହ ତେଲୁଗୁ ଫିଲ୍ମ ‘ହରି ହରା ଭୀରା ମଲ୍ଲୁ’ରେ ନଜର ଆସିବେ। ଏହି ଫିଲ୍ମରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ନଜର ଆସିବେ।

ନର୍ଗିସଙ୍କ ହଠାତ୍ ନିଖୋଜ ହେତୁ ଲୋକମାନେ ଭାବୁଥିଲେ ସେ ଇଣ୍ଡଷ୍ଟ୍ରି ଛାଡି ଦେଇଛନ୍ତି। ସେ ଅଭିନେତା ଉଦୟ ଚୋପ୍ରାଙ୍କ ସହ ଆମେରିକାରେ ସେଟେଲ୍ ହୋଇଥିବା ଖବର ଆସିଥିଲା। ଉଭୟ ବିବାହ କରିବାକୁ ଯାଉଥିଲେ। କିନ୍ତୁ ୨୦୧୭ ରେ ଅଭିନେତ୍ରୀ ଉଦୟଙ୍କ ସହ ତାଙ୍କର ବ୍ରେକଅପ୍ ଘୋଷଣା କରିଥିଲେ। ୨୦୧୧ରେ ରଣବୀର କପୁରଙ୍କ ସହ ‘ରକଷ୍ଟାର’ରେ ଡେବ୍ୟୁ କରିଥିବା ନର୍ଗିସଙ୍କ ଶେଷ ଫିଲ୍ମ ‘ବାନ୍ଜୋ’ (୨୦୧୬) ଥିଲା। ଯେଉଁଥିରେ ସେ ରିତେଶ ଦେଶମୁଖଙ୍କ ସହ ନଜର ଆସିଥିଲେ।