ହିମାଚଳ : ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଅସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ ।ତେବେ ଆଜି ଏକ ରୋଡ ଶୋ କରି ସେ ଲୋକ ମାନଙ୍କୁ ସମ୍ବୋଧିତ କରିଛନ୍ତି । ସେହି ସମୟରେ କଙ୍ଗନା ଲୋକଙ୍କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ କଙ୍ଗନା ଜଣେ ହିରୋଇନ କି ଷ୍ଟାର ବୋଲି ଭାବନ୍ତୁ ନାହିଁ । କଙ୍ଗନାଙ୍କୁ ନିଜର ଭଉଣୀ ନିଜର ଝିଅ ବୋଲି ଭାବନ୍ତୁ । ସମସ୍ତେ ମୋର ପରିବାର । କଙ୍ଗନା କହିଛନ୍ତି ଯେ ଆପଣ ଏଠାରେ ପ୍ରବଳ ଭିଡ ଦେଖି ପାରୁଥିବେ ।ଅନେକ ଲୋକ ଏଠାକୁ ଆସିଛନ୍ତି । ସେମାନେ ସମସ୍ତେ ଗର୍ବିତ ଯେ ମଣ୍ଡିର ଝିଅ , ମଣ୍ଡିର ରାଷ୍ଟ୍ରବାଦୀ ସ୍ୱର ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରିବ ।