କରୋନାରେ କଳାକାର ମୁକେଶ ଖାନ୍ନାଙ୍କର ଭଉଣୀ ପରଲୋକ
ମୁକେଶ ଖାନ୍ନାଙ୍କର ଭଉଣୀ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଛି । ସୂଚନାନୁସାରେ, ତାଙ୍କ ଭଉଣୀ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଯାଇଥିଲେ । କି
(ଦିଲ୍ଲୀ) : ଦେଶରେ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ଏହି ଧାରାରେ ବଲିଉଡର କଳାକାର ଏବଂ କଳାକାରପରିବାର ବର୍ଗ ଏହି କରୋନା ମହାମାରୀର ଶିକାର ହୋଇଥିବା ନଜର ଆସୁଛନ୍ତି । ସେହିଭଳି ଟିଭି ଧାରାବାହିକ କଳାକାର ମୁକେଶ ଖାନ୍ନାଙ୍କର ଭଉଣୀ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଛି ।
ସୂଚନାନୁସାରେ, ତାଙ୍କ ଭଉଣୀ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଯାଇଥିଲେ । କିନ୍ତୁ ପରେ ତାଙ୍କ ଅବସ୍ଥା ପୁଣି ବିଗିଡିଥିଲା । ସେ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ଦିଲ୍ଲୀରେ ଆଇସିୟୁ ବେଡ୍ ମିଳିନଥିଲା । ତେଣୁ ତାଙ୍କର ମୃତ୍ୟୁ ହୋଇଛି ।