(ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ମୋଟରଯାନ ଆଇନରେ ସଂଶୋଧନ ହେଲାପରେ ସାରା ରାଜ୍ୟରେ ଯେଉଁଭଳି ଭାବେ ଜରିମାନା ଆଦାୟ କରାଗଲା ଏବଂ ଗତକାଲି ଭୁବନେଶ୍ୱର ସ୍ତିତ ରାଜମହଲ ଛକରେ ଜରିମାନା ଆଦାୟକୁ ନେଇ ଯେଉଁ ଲଙ୍କାକାଣ୍ଡ ଘଟିଲା ତାକୁନେଇ ଏବେ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶାରେ ଏହି ଆଇନ ତରବରିଆ ଭାବେ ଲାଗୁକରା ଯାଇଛି ,ଲୋକଙ୍କୁ ସମୟ ଦେବାର ଥିଲା ଭିତିଭୂମି ନଥାଇ ଏହା ଲାଗୁକରାଗଲା ଆଗ ଭିତିଭୂମି ଠିକ କର ବୋଲି ସରକାରଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ସଡକ ସୁରକ୍ଷା ଆଇନ ଆଳରେ ଫାଇନ ଆଦାୟକୁ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାପସନ୍ଦ ,ଅଧିକ ତର୍ଜମା କରି ଆଇନ ଲାଗୁ କରିଥିଲେ ଭଲ ହୋଇଥାନ୍ତା ଏବଂ ଅତ୍ୟଧିକ ଜୋରିମାନା ଆଦାୟ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି ବୋଲି ପତିକ୍ରିୟା ଦେଇଥିବା ବେଳେ ବିଜେଡି ମୁଖପାତ୍ର ପ୍ରତାପ ଦେବ ପତିକ୍ରିୟା ଦେଇ କହିଛନ୍ତି ଏହା ସାରା ଦେଶର ଆଇନ ସବୁ ରାଜ୍ୟ ଏହାକୁ ଲାଗୁକରିବାକୁ ବାଧ୍ୟ । ଏବଂ ଯେଉଁ ତ୍ରୁଟି ପରିଲିକ୍ଷିତ ହେଉଛି ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କୁ ଲେଖି ଜଣାଇବେ ।