ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ରାଇରଙ୍ଗପୁର – ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଡଃ ଭି ସୁଜାତା ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଦଣ୍ଡ ଶୁଣାଣୀ କରିଛନ୍ତି ।

ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ସରଣ୍ଡା ଗ୍ରାମର ରେପ ମୁର୍ମୁଙ୍କ ପତ୍ନୀକୁ ସେହି ଗ୍ରାମର କୃଷ୍ନ ଗିରି ନିଜ ଘରକୁ ନେଇ ଦିତୀୟ ପତ୍ନୀ ରୁପେ ରଖିଥିଲା ।ବିଚରା ଅସହାୟ ରେପ ମୁର୍ମୁ ନିଜର ପତ୍ନୀ ବିରହରେ ଭାଙ୍ଗି ପଡ଼ିବା ସହ ଘରେ ଖାଇବା,ପିଇବା ଛାଡି ଦୁଃଖ ଏବଂ ଚିନ୍ତାରେ ଦିନ କାଟୁଥିଲା । ଶେଷରେ ସେ ତାର ପତ୍ନୀ ଅପହରଣକାରୀ ଉପରେ ପ୍ରତିଶୋଧ ନେବାପାଇଁ ତା’ର ମନରେ ହିଂସ୍ର ଆଚରଣ ଜାଗରଣ ହୋଇଥିଲା ।୨୦୨୩ ଜୁଲାଇ ୨୪ ତାରିଖରେ ସକାଳେ କୌଣସି କାମରେ କୃଷ୍ନ ଗିରି ସରଗଡା ଯାଇଥିବା ବେଳେ ଘରେ କୃଷ୍ଣ ଗିରିର ବୃଦ୍ଧ ପିତାମାତା ଏବଂ ତା’ର ର ୧୪ ବର୍ଷୀୟା ଭିନ୍ନକ୍ଷମ ନାଵାଳିକା ଝିଅ ଥିଲା ।ରେପ ମୁର୍ମୁ କୃଷ୍ନ ଗିରି ଘରେ ନ ଥିବା ଜାଣି ପ୍ରତିହିଂସା ପରାୟଣ ହୋଇ ହଠାତ୍ ଏକ ପନିକି ଧରି କୃଷ୍ନ ଗିରି ଘରେ ପଶି ଭିନ୍ନକ୍ଷମ ଝିଅର ବେକକୁ ଚୋଟେ ପକାଇ ଦୃତ ଗତିରେ ଖସି ପଳାଉ ଥିବା କୃଷ୍ଣ ଗିରି ବାପା ଦେଖିଥିଲେ ।ଝିଅଟି ଯନ୍ତ୍ରଣାରେ ଛଟପଟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଚଟାଣ ଉପରେ ମରି ଯାଇଥିଲା । ପରେ ଘରଲୋକେ ଓ ଗ୍ରାମବାସୀ ଗୋରୁମହିଷାଣୀ ଥାନାକୁ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଜବତ କରିବା ସହ ରେପ ମୁର୍ମୁ ନାମରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତା ଶୁଣାଣି ରୃ ୧୬ ଜଣ ସାକ୍ଷୀ, ପୋଲିସ ରିପୋର୍ଟ ଏବଂ ପାରିପାର୍ଶ୍ବିକ ଘଟଣାକୁ ବିଚାରକୁ ନେଇ ଅଭିଯୁକ୍ତ ରେପ ମୁର୍ମୁ କୁ ଆଜୀବନ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ ଦଣ୍ଡ ଶୁଣାଣି କରିଛନ୍ତି ।