ଉତ୍ତରା ଖଣ୍ଡରେ ଦୁର୍ଘଟଣା, କରେଣ୍ଟ ଲାଗି ୧୦ ମୃତ

0

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ଦୁର୍ଘଟଣା ଘଟିଛିି । ଦୁର୍ଘଟଣାରେ କରେଣ୍ଟ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଉତ୍ତରାଖଣ୍ଡର ବନ୍ୟା ବର୍ଷା ତାଣ୍ଡବ ଲାଗି ରହଥିବା ବେଳେ , ଅଳକା ନଦୀ ତଟରେ ଏହି ବଡ ଦୁର୍ଘଟଣା ଘଟିଛି । ତେବେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେ ଗୁରୁତର ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଶିକାର ହୋଇଥିବା ଗୁରୁତରଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚମୋଲି ଠାରେ ନମାମି ଗଙ୍ଗା ପରିଯୋଜନା କ୍ରମରେ ଏକ ନିର୍ମାଣଧିନ ପ୍ରୋଜେକ୍ଟ କାମ ଚାଲୁଥିବା ବେଳେ ହଠାତ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟିଯାଇ ଏଭଳି ଦୁର୍ଘଟଣା ଘଟିଛି ।