ଜଗନ୍ନାଥ ଦର୍ଶନ ସାରି ଫେରିବା ସମୟରେ ଦୁର୍ଘଟଣା , ୫ଗୁରୁତର
ତୀର୍ଥ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ। ବରଗଡ଼ ଘୁଲିପାଲି ଛକରେ ଘଟିଛି ଏହି ଦୁର୍ଘଟଣା ।
(ପୁରୀ) : ତୀର୍ଥ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ। ବରଗଡ଼ ଘୁଲିପାଲି ଛକରେ ଘଟିଛି ଏହି ଦୁର୍ଘଟଣା । ଫଳରେ ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାର କିଛି ଶ୍ରଦ୍ଧାଳୁ ପୁରୀ ତୀର୍ଥ କରିବା ପାଇଁ ଆସିଥିଲେ। ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ବରଗଡ଼ ଘୁଲିପାଲି ଛକରେ ତୀର୍ଥଯାତ୍ରୀଙ୍କ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ ମୋଟ ୧୩ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।