ସଡକ ଦୁର୍ଘଟଣା,୧ମୃତ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଂଚଳରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକଙ୍କ ନାମ ସିପୁ ସାହୁ ହୋଇଥିବା ସୂଚନା ମିଳିଛି।
ସିପୁ ତାଙ୍କ ବାଇକରେ ଅନୁଗୁଳ ଜରସିଂହା ଅଭିମୁଖେ ଯାଉଥିଲେ । ସେହିସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଛେଣ୍ଡିପଦା-ଅନୁଗୁଳ ରାସ୍ତା ଅବରୋଧ କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉତ୍ୟକ୍ତ ବ୍ୟକ୍ତିଙ୍କୁ ବୁଝାସୁଝା କରିଛି ।