(ଦିଲ୍ଲୀ) : ଏୟାରପୋର୍ଟରେ ଆରମ୍ଭ ହେବ ସେଲ୍ଫ ହେଲ୍ପ ଗ୍ରୁପ୍ସ(SHGs) ସେବା । ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ବିଭିନ୍ନ ସେଲ୍ଫ ହେଲ୍ପ ଗ୍ରୁପ୍ସ(SHGs)କୁ ସ୍ଥାନ ଦେବା ପାଇଁ ଆରମ୍ଭ କରିଦେଇଛି । ଏଠାରେ ଏହି ଗ୍ରୁପ ସହିତ ଯୋଡି ହୋଇଥିବା କାରିଗର ଆଞ୍ଚଳିକ ସ୍ତରରେ ପ୍ରସ୍ତୁତ ନିଜ ପ୍ରଡକ୍ଟ୍ସକୁ ବିକ୍ରି କରିପାରିବେ ।
#भाविप्रा के सूरत @aaistvairport पर शुरू हुए स्वयं सहायत समूह #SHG स्टॉल की सराहना करते हुए एक यात्री ने कहा कि स्थानीय कलाकारों द्वारा बनाए गए उत्पादन बेचने के लिए प्राधिकरण की यह पहल ‘अवसर’ प्रशंसनीय है और ये महिलाओं के लिए अपना काम लोगों तक पहुंचाने का अच्छा व्यावसायिक मौका है pic.twitter.com/f2VDxDHPc8
— Airports Authority of India (@AAI_Official) May 8, 2022
କୁଶଳୀ କାରିଗରଙ୍କ ପାଇଁ ‘ବିକ୍ରି ସ୍ଥଳ ରୂପେ ବିମାନବନ୍ଦର’ ବା ‘ଅବସର’ ଅଭିଯାନ ଅନୁସାରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଗରତଲା, କୁଶୀନଗର, ଉଦୟପୁର, ଏବଂ ମଦୁରାଇ ସମେତ ୧୨ ବିମାନବନ୍ଦରରେ ନିଜ ପ୍ରଡକ୍ଟର ଡିସପ୍ଲେ କରୁଛନ୍ତି ।

ବିଶାଖାପାଟଣମ୍, ଭୁବନେଶ୍ୱର, ରାୟପୁର, ସିଲଚର, ଡିବ୍ରୁଗଡ ଏବଂ ଜୋରହାଟର ବିମାନବନ୍ଦରରେ ମଧ୍ୟ ସ୍ଥାନୀୟ ଗ୍ରୁପଙ୍କୁ ସ୍ଥାନ ଦେବା ପ୍ରକ୍ରିୟା ଚାଲିଛି । ଏହି ଗ୍ରୁପମାନଙ୍କୁ ବିମାନବନ୍ଦରରେ ୧୦୦-୨୦୦ ବର୍ଗଫୁଟର ସ୍ଥାନ ଦିଆଯିବ ଯେଉଁଠି ଗ୍ରାମାଞ୍ଚଳର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଡକ୍ଟର ପ୍ରଦର୍ଶନ ଏବଂ ବିକ୍ରି ହେବ ।