ରାଉରକେଲା- ଟ୍ରେନରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ମୁମ୍ବାଇ ହାୱଡା ଲୋକମାଣ୍ୟ ତିଲକ ଏକ୍ସପ୍ରେସରେ ନାବାଳିକା ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ମୁମ୍ବାଇରୁ ଟାଟା ନଗର ଆସୁଥିଲେ । ସେହି ଟ୍ରେନରେ ୨୮ ବର୍ଷ ବୟସ୍କ ଯୁବକ ସରଫାଜ ଖାନ ସେଖ୍ ମୁମ୍ବାଇରୁ ଘରକୁ ଫେରୁଥିଲେ । ଏହା ପରେ ଯୁବକ ଜଣକ ନାବାଳିକା ଝିଅ ଘର ଉପରେ ନଜର ପକାଇଥିଲେ ।
ନାବାଳିକା ଜଣକ ଚଳନ୍ତା ଟ୍ରେନରେ ସରଫାଜ୍ ଖାନ୍ ଜୋରଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ନାବାଳିକା ଜଣକ ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ଯୁବକକୁ ଧରି ପୋଲିସ ହାତକୁ ହସ୍ତାନ୍ତର କରିଥିଲେ । ଏନେଇ ପରିବାର ଲୋକ ରାଞ୍ଚିରେ ପହଞ୍ଚିବା ପରେ ରାଞ୍ଚି ରେଳବାଇ ଥାନାରେ ଏତଲା ଦେଇଥିଲେ । ଏତଲା ନେଇ ରାଉରକେଲା ରେଳବାଇ ପୋଲିସ ପାଖରେ ପହଞ୍ଚିବା ପରେ ରାଉରକେଲା ପୋଲିସ ପୋକ୍ସୋ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତ ସରଫାଜ ସେଖକୁ କୋର୍ଟ ଚାଲାଣ କରିଛି ।