(ମୟୁରଭଞ୍ଜ) : ନଦୀ ସୁଅରେ ଭାସିଗଲେ ମହିଳା। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ହରିପୁର ଗ୍ରାମର ଜନରେ ମହିଳା ଘର ବାଡି଼କୁ କାମ କରିବାକୁ ଯାଇଥିବା ବେଳେ ନଦୀ ସୁଅରେ ଭାସିଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନାନୁଯାୟୀ , ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଫୁଲୁଛି ନଦୀ। ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ନଦୀ ପାଣି ଲୋକଙ୍କ ଘରେ ପଶିଛି। ଏହା ସହିତ ଅନେକ ପରିବାର ପାଣି ଘେରରେ ରହିଛନ୍ତି। ଏଭଳି ସ୍ଥିତିରେ ଆଜି ଏକ ଅଘଟଣ ଘଟିଛି। ପରିବାର ଲୋକେ ଏ ନେଇ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି କରୁଥିଲେ ସୁଦ୍ଧା ତାଙ୍କର ପତ୍ତା ପାଇ ନାହାନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।