ବିଦ୍ୟୁତ ତାର ଲାଗି ଜଳିଲା ଛଣ ବୋଝେଇ ପିକଅପ ଭ୍ୟାନ୍

ସାଲେପୁର:କଟକ ଜିଲ୍ଲା ନେମାଳ ଥାନା ଦାମୋଦରପୁର ଠାରେ ବିଦ୍ୟୁତ୍ ତାର  ସଂସ୍ପର୍ଶରେ ଆସି ଛଣ ବୋଝେଇ  ପିକ୍ଅଫ୍ ଭ୍ୟାନ୍ ରେ ଥିବା ସମସ୍ତ ଛଣ ଜଳିଗଲା। ଗାଡ଼ି ରେ ଥିବା ଛଣ ରେ ନିଆଁ ଲାଗିଥିବା ଅବସ୍ଥାରେ ଗାଡ଼ି ଟି ରାସ୍ତା ରେ ଯାଉଥିଲା। ଗାଡ଼ି ର ଡ୍ରାଇଭର ଏହା ଜାଣି ପାରିନଥିଲେ, ସ୍ଥାନୀୟ ଲୋକେ ଦେଖି ପାଟି କରି ଡାକିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇ ଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଣି ପୋଡ଼ି ଯାଉଥିବା ଛଣ ଉପରକୁ ପକାଇ ନିଆଁ କୁ ଆୟତ କରିଥିଲେ। ତେଣୁ ଏକ ସୁନିଶ୍ଚିତ ବିପଦ ରୁ  ଅଳ୍ପକେ ବର୍ତ୍ତିଲା ପିକ୍ଅଫ୍ ଭ୍ୟାନ୍ ଓ ଡ଼୍ରାଇଭରଙ୍କ ଜୀବନ ।