କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରାସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

(ଜଗତସିଂହପୁର/ଦିଲ୍ଲୀପ ସାହୁ): ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ରାହାମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରସାନ୍ତ ମଲ୍ଲିକ ଉପସ୍ଥିତ ରହିବା ସହିତ ପୁର୍ବତନ ପୌର ପରିଷଦ ଅଧ୍ୟକ୍ଷ ବିପ୍ଳବ ଚୈଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ଭିକି ଶର୍ମା ଉପସ୍ଥିତ ରହି ଯୁବ କଂଗ୍ରେସ କର୍ମୀମାନଙ୍କ ସହାୟତାରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ । ପାରାଦୀପ ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଯେଉଁ ଭଳିଭାବେ କଳ କାରଖାନା ବଢ଼ି ଚାଲିଛି ସେଇଭଳି ଭାବେ ପ୍ରଦୂସଣ ମାତ୍ର ମଧ୍ୟ ବଢ଼ିଚାଲିଛି ଏ ନେଇ ପରବର୍ତ୍ତୀ ଯୁବପିଢ଼ିଙ୍କୁ ପ୍ରତି ବର୍ଷ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିବା ସହିତ ଯୁବ କଂଗ୍ରେସ କର୍ମୀମାନେ ନିଜେ ମଧ୍ୟ ଆଗାମୀ ଦିନ ମାନଙ୍କରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ଅଗେଇନେବା ପାଇଁ ମତ ପ୍ରକାଶ କରିଛନ୍ତି ।