ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୧୩ ଜଣ ଜଳି ଯାଇଛନ୍ତି। ପୋଡ଼ି ଯାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ସେବକ ଅଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାକାଳ ମନ୍ଦିରରେ ମୁଖ୍ୟ ପୁରୋହିତ ସଞ୍ଜୟ ଗୁରୁ, ବିକାଶ ପୂଜାରୀ, ମନୋଜ ପୂଜାରୀ, ଅନଶ ପୁରୋହିତ, ସେବକ ମହେଶ ଶର୍ମା ଏବଂ ଚିଣ୍ଟମାନ ଗେହଲୋଟ୍ ଆହତ ହୋଇଛନ୍ତି। ଭସ୍ମ ଆରତୀ ସମୟରେ ମହାକାଳ ମନ୍ଦିରରେ ଅବିର ମଧ୍ୟ ବ୍ୟବହୃତ ହୁଏ। ଏହି ଆରତୀ ସମୟରେ ଆଜି ଗର୍ଭଗୃହ ମଧ୍ୟରେ କର୍ପୂର ପୋଡି ଯାଇଥିଲା । ଯେଉଁ କାରଣରୁ ସେଠାରେ ଉପସ୍ଥିତ ୧୩ ପୁରୋହିତ ପୋଡି ଯାଇଥିଲେ। ପୁରୋହିତ ମାନଙ୍କ ଅବସ୍ଥା ସ୍ଥିର ଥିବାବେଳେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି । ମନ୍ଦିରରେ ଦର୍ଶନ ସୁରୁଖୁରୁରେଚାଲିଥିବା କୁହାଯାଉଛି । ନିଆଁ ଲାଗିବା ପରେ କିଛି ଲୋକ ନିଆଁ ଲିଭାଇବା ସହ ନିଆଁକୁ ନିୟନ୍ତ୍ରଣ କରିଥିଲେ। କିନ୍ତୁ ସେତେବେଳକୁ ଆରତୀ କରୁଥିବା ସଞ୍ଜୀବ ପୂଜାରୀ, ବିକାଶ, ମନୋଜ, ସେବାୟତ ଆନନ୍ଦ କମଲ ଯୋଶୀଙ୍କ ସମେତ ଗର୍ଭଗୃହରେ ଉପସ୍ଥିତ ୧୩ ଜଣ ପୋଡି ଯାଇଥିଲେ। ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।