ନଦୀ ସମୁଦ୍ର ମିଶ୍ରଣରେ ସୃଷ୍ଟି ହେଉଛି ଅଦ୍ଭୁତ ରଙ୍ଗ

0

ଆମେ ସବୁ ବେଳେ ବିଭିନ୍ନ ଜଳପ୍ରପାତ କଥା ଶୁଣି ଆସୁଛୁ । ଆମେରିକା,ବ୍ରିଟେନ, ଫ୍ରାନ୍ସ, , ଜର୍ମାନୀ ପରି ଅନେକ ଦେଶ ଥିବା ଜଳାଶୟ ବିଷୟରେ ସୁଣିଛୁ । ହେଲେ କାନାଡାରେ ଥିବା ଏମିତି ଏକ ଜଳାଶୟ ଅଛି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। କାନାଡାର ଫ୍ରେଜର ନାମକ ଜଳାଶୟର ଜଳ ସମୁଦ୍ରରେ ମିଶିବା ସ୍ଥଳରେ ଏକ ସୌନ୍ଦର୍ୟ୍ୟ ପୃଥିବୀରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି।ସୂଚନା ଯୋଗ୍ୟ ଯେ ସବୁ ନଦୀ ଓ ସମୁଦ୍ର ମିଶ୍ରଣ ଏପରି ବର୍ଣ୍ଣ ହୋଇନଥାଏ।ଏପରି ନିର୍ମଳ ଜଳରାଶି ଦେଖିବାକୁ ବିରଳ। ଏହି ସୌନ୍ଦର୍ୟ୍ୟରୁ ଲାଗେ ,ସତେ ଯେପରି ମାନେ ହୁଏ ସମୁଦ୍ର ଓ ନଦୀ ଭିତରେ ବିବାଦ ଲାଗିଛି।କିନ୍ତୁ କାନାଡା ସହରରେ ଏହା ଦେଖିବାର ସୁଯୋଗ ପୃଥିବୀ ଲୋକଙ୍କୁ ସୁଯୋଗ ଆଣିଦେଇଛି। ସମୁଦ୍ର ଜଳ ଓ ନଦୀ ର ଜଳ ପାରସ୍ପରିକ ସମ୍ପର୍କ କାନାଡାରେ ଦୃଷ୍ଟିମୁଗ୍ଧ। ଏହି ସ୍ଥାନକୁ କାନାଡା ସରକାର ପିକନିକ୍ ସ୍ପଟ୍ ଭାବରେ ପରିଚୟ ଦେଇଛନ୍ତି। ବୈଜ୍ଞାନିକଙ୍କ କଥାକୁ କହିବାକୁ ଗଲେ ସମୁଦ୍ର ଜଳର ଲବଣତା ତାପମାତ୍ରା ଓ ମଧୁର ଜଳର ସ୍ୱଚ୍ଛତାକୁ ନେଇ ଏପରି ସୌନ୍ଦର୍ୟ୍ୟ ଶୋଭାପାଏ।