ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣ: ୩ ଯବାନ ସହିଦ୍, ଜଣେ ଓଡ଼ିଆ

0

କୋରାପୁଟ: ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ୍ । ଯବାନ ଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ଵର ତଲିଆ। ସେ ୨୦୧୧ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସମ୍ପ୍ରତି ଯବାନ ଈଶ୍ୱର ଜମ୍ମୁରେ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟରେ ଏଲ.ଡି ପଦବିରେ କାର‌୍ୟ୍ୟରତ ଥିଲେ।ଜମ୍ମୁରେ କାର୍ଯ୍ୟରତ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟ ଈଶ୍ୱର ତଲିଆଙ୍କ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହୋଇ ସହିଦ୍ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାଜସ୍ଥାନ ବିକାନେରରେ ମହାଜନ ଫିଲ୍ଡ଼ ଫାୟରିଙ୍ଗ ରେଞ୍ଜରେ ଭାରତୀୟ ସେନାର ତୋପ ଅଭ୍ୟାସ ଚାଲିଥିଲା । ଏହି ସମୟରେ ବୋମା ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରେ ହିଁ ୨ ଜଣ ଯବାନଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଈଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ରାଜସ୍ଥାନରୁ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ସହିଦ ଯବାନ ହେଲେ ଆଶୁତୋଷ କୁମାର ଏବଂ ଜିତେନ୍ଦ୍ର ।