ନୂଆଦିଲ୍ଲୀ: ଦିଲ୍ଲୀ ବଦ୍ଧପୁର ଅଲୀପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଏକ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି । ଘଟଣା ସ୍ଥଳରେ ୩୪ ଟି ଦମକଳ ଗାଡି ପହଞ୍ଚିଥିବା ବେଳେ ନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ କରାଯାଇପାରି ନାହିଁ । ତେବେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣା ପଡିନଥିବା ବେଳେ ଏଥିରେ ହୋଇଥିବା କ୍ଷୟକ୍ଷତି ବିଷୟରେ ମଧ୍ୟ ଆକଳନ କରାଯାଇନାହିଁ ।
ତେବେ ପୋଲିସ ମୁତାବକ , ଅଲିବାକ ଅଲୀପୁର ଅଞ୍ଚଳରେ ବୁଦ୍ଧପୁରର ଏକ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗିଥିବା ନେଇ ସକାଳେ ଖବର ମିଳିଥିଲା । ଏହାପରେ ଭୀଷଣ ଅଗ୍ନିକାଣ୍ଡ ଘଟିବାର ୩୪ ଟି ଦମକଳ ନିୟୋଜିତ ହୋଇଛନ୍ତି । ତେବେ ଏକ ତେଲ ଏବଂ ହ୍ୱିଲପୁର୍ଲ ଗୋଦାମରେ ଏହି ନିଆଁ ଲାଗିଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ଖବର ମିଳିନଥିବା କୁହାଯାଉଛି ।