ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର  ସମୀକ୍ଷା ବୈଠକ ମନ୍ତ୍ରୀ,ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ବିଭାଗ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର , ଉଲୁଣ୍ଡା , ବିନିକ।( ଆଂଶିକ) ସହ ବିନିକା ଏନ ଏ ସି,  ଅଞ୍ଚଳରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଏବଂ ଉନ୍ନତିମୂଳକ  କାର୍ଯ୍ୟର ସମୀକ୍ଷା କରାଯାଇଥିଲା । କମିଟିର  ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ,ସୁବର୍ଣ୍ଣପୁର, ସୂର୍ଯ୍ୟନାରାୟଣ ଦାଶ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ ।

ମନ୍ତ୍ରୀ ବେହେରା ବିଭିନ୍ନ ବିଭାଗରେ ଚାଲିଥିବା  ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି  ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅନୁଦାନ ରାଶିର ଉପଯୋଗ କରି  ପ୍ରକଳ୍ପ ଗୁଡିକର ଶୀଘ୍ର ସମାପନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ, ପୁନଶ୍ଚ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଜନସାଧାରଣଙ୍କ ନିକଟରେ ସୁବ୍ୟବସ୍ଥିତ ଭାବେ ଉପଲବ୍ଧ କରାଇବା ପାଇଁ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟନିର୍ବାହୀ ବିଭାଗର ଅଧିକାରୀ ପ୍ରକଳ୍ପ ଗୁଡିକର ଶତପ୍ରତିଶତ ସଫଳତା ନିମନ୍ତେ ପରସ୍ପର ସହ ଯୋଗାଯୋଗ କରି ଦାୟିତ୍ୱସହିତ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ କରିଛନ୍ତି । ଯାହା ଦ୍ୱାରା ଜନସାଧାରଣ ପ୍ରକଳ୍ପ କାର୍ଯ୍ୟକାରିତାର ସୁଫଳ ପାଇପାରିବେ । ବିଶେଷ ଭାବେ ଗ୍ରାମ୍ୟଞ୍ଚଳ ଓ ସହରାଞ୍ଚଳ ଗୁଡିକରେ ପିଇବା ପାଣି ଯୋଗାଣ ନିମନ୍ତେ ଆର ଡବ୍ଲୁ ଏସ ଏସ – ନିର୍ବାହୀ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପି ଏଚ ଡିଙ୍କୁ ନିର୍ଦେଶ ଦେଇଛନ୍ତି ।

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଆବଶ୍ୟକ ନଳକୂପ ଖନନ, ତଥା ଜରୁରୀ ମୁତାବକ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ଅଞ୍ଚଳ ଜନସାଧାରଣଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ପରାମର୍ଶ ଦେଇଛନ୍ତି । ନୂତନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟଶେଷ କରିବା ତଥା ଅଚଳ ପ୍ରକଳ୍ପ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ବୈଠକରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ,ବିଦ୍ୟୁତ, ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି, ଉଦ୍ୟାନ କୃଷି, ନୂତନ ମେଗା କାର୍ଯ୍ୟକାରିତା,ଗ୍ରାମ୍ୟ ଉନ୍ନୟନସଂସ୍ଥା ତରଫରୁ କାର୍ଯ୍ୟକାରୀ ବିଭିନ୍ନ ଜନକଲ୍ୟାଣ ଯୋଜନା, ନିର୍ମାଣ ଶ୍ରମିକ ଯୋଜନାର କାର୍ଯ୍ୟକାରିତା, ଜିଲ୍ଳାରେ ଚଳିତ ରବି ଧାନ  କିଣା ବିକା କୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବା ସହ ଚାଷୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ତତ ସହିତ ଅନ୍ୟାନ୍ୟ ବିଭାଗର କାର୍ଯାବଳି ତଥା ଅଗ୍ରଗତି ର ସମୀକ୍ଷା କରାଯାଇଥିଲା ।