ମୋହନାରୁ /ତ୍ରିପତି ବିଷୋୟୀରତ୍ନ : ଜଗନ୍ନାଥ ବସ୍ ଓ ପିକଅପ ବଲେରୋ କୁ ଧକ୍କା ଦେଇ ରାସ୍ତାକଡରେ ଢଳିପଡିଲା ମହାକାଳ ନାମକ ଘରୋଇ ବସ୍ l ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟସ୍ଥ ରାମଗଡ ଘାଟିରେ ବଡ ଦୁର୍ଘଟଣା ହୋଇଛି l
ସୂଚନା ମୁତାବକ, ଜଗନ୍ନାଥ ନାମକ ଏକ ସରକାରୀ ବସ ପୁରୀ ରୁ ମାଲକାନଗିରି ଯିବା ସମୟରେ ଉକ୍ତ ଘାଟିରେ ବ୍ରେକ ଫେଲ ହୋଇ ଜାତୀୟ ରାଜପଥ 326 କଡ଼କୁ ଖସି ଯାଇଥିଲା l ସେହି ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ରୁ ରାୟଗଡା କୁ ଏକ ବୋଲେରୋ ପିକଅପ ଷ୍ଟିଲ ବୋଝଇ ହୋଇ ଆସୁଥିଲା l ଅନ୍ୟଏକ ଭୁବନେଶ୍ୱରରୁ ଜୟପୁର ଯିବା ମହାକାଳ ନାମକ ଏକ ଘରୋଇ ଯାତ୍ରୀବାହି ବସ ପ୍ରଥମେ ଆସି ଜଗନ୍ନାଥ ବସ କୁ ପିଟିଲା ଓ ପରେ ବୋଲେରୋ ପିକଅପ କୁ ପିଟି ଭାରଶ୍ୟାମ ହରାଇ ଓଲଟି ପଡିଛି l ଦୁର୍ଘଟଣାରେ ଜଗନ୍ନାଥ ବସ ପାଖରେ ଠିଆ ହୋଇଥିବା ଜଣେ ସସ୍ମିତା ରଥ ନାମକ ମହିଳା ଗୁରୁତର ହୋଇଥିବା ବେଳେ ମହିଳା ସମେତ ଅନେକ ଙ୍କୁ ପ୍ରଥମେ ମୋହନା ମେଡିକାଲ ରେ ଚିକିଚ୍ଛା କରାଇ ବ୍ରହ୍ମପୁର ବଡ଼ମେଡିକାଲ କୁ ପଠାଯାଇଛି l ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଛି l