ଗଞ୍ଜାମ : ଅଲୋଡା ହେଲା ଶିଶୁ ପୁତ୍ର । ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନ ସନ୍ତୋଷି ମା ମନ୍ଦିର ନିକଟ ରାସ୍ତା କଡ଼ରେ ପଡ଼ିଥିବା ଅବସ୍ଥା ରେ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ ।
ସୂଚନା ଅନୁସାରେ କେହି ନବଜାତ ଶିଶୁ କୁ ରାସ୍ତା କଡ଼ରେ ଫୋପାଡି ଦେଇ ଚାଲିଯାଇଥିବା ପୋଲିସ ତତଫରୁ ସୂଚନା ମିଳିଛି, ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କରିବା ସହିତ ଅଧିକ ରୁ ଅଧିକ ତଦନ୍ତ ଚଲାଇଛି ହିଞ୍ଜିଳି ପୋଲିସ ।