ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଙ୍କ ପ୍ରତିକ୍ରିୟା। ଏବେ ଦେଶର ୨୦ ଟି ସହର ସହ ବିଦେଶ ର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ ସରକାର ରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଆଗକୁ ଯିବ। ଭୁବନେଶ୍ବର ରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଭିତରେ ଏହା କୁ ୮୦ ଲକ୍ଷ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ଖୁବଶୀଘ୍ର ରନୱେ କ୍ୟାଟ ଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ। ରାଜ୍ୟର ରାଜଧାନୀ ର ଏହି ଏୟାରପୋର୍ଟ ରହିଛି ଯାହା ଧିରେ ଧିରେ ବୃଦ୍ଧି ହେଉଛି। ଆଗାମୀ ୧୦ ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ବାନାଇବା ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜର ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଏବେ ଏହି ଏୟାରପୋର୍ଟ ଦେଶରେ ୨୦ ସହର କୁ ସଂଯୋଗ କରୁଛି, ଆଗକୁ ଜମ୍ମୁ, ଗୁଜୁରାଟ, ଆନ୍ଧ୍ର, ଭଳି ଦେଶ ର ଅନ୍ୟସ୍ଥାନ କୁ ସଂଯୋଗ କରିବାକୁ ଡିମାଣ୍ଡ ଆସୁଛି। ଯାହାକୁ ନେଇ ମନ୍ତ୍ରାଳୟ ସହ କଥା ହୋଇ ପୂରଣ କରାଯିବ।
ଓଡ଼ିଶାର ଝାରସୁଗୁଡ଼ା ରେ ଏୟାରପୋର୍ଟ ଅଛି। ଗତ ଦଶ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟ ର କିଭଳି ଉନ୍ନତି କରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ। ରାଜ୍ୟ ସରକାର ସିଭିଲ ଏଭିଏସନ୍ କୁ ନେଇ ବେଶ ତତ୍ପର ଅଛନ୍ତି। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ଅଛି ଏଣୁ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବ। ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାର ଙ୍କ ପାଖରେ ଜମି ରହିଛି। କେନ୍ଦ୍ର ସରକାର ଙ୍କ ପକ୍ଷରୁ ସାଇଟ କ୍ଲିୟରାଂଶ ମିଳିସାରିଛି। ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ଏବଂ ଏଥିପାଇଁ ମନ୍ତ୍ରାଳୟ ସବୁ ପ୍ରକାର ସହଯୋଗ କରିବ।