(ଓମ୍ ପ୍ରକାଶ ମିଶ୍ର /ସୋନପୁର): ସୁବର୍ଣ୍ଣପୁରରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀଙ୍କ ଦ୍ୱାର ଜିଲ୍ଲା କୋଷାଗାରର ନୂତନ କୋଠା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମୋନିଷା ବାନାର୍ଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ ମିନା ଯୋଗଦେଇ ଏହି କୋଷାଗାରରେ ସମସ୍ତ ସରକାରୀ କାର୍ୟ୍ୟ ଡିଜିଟାଲ ମାଧ୍ୟମରେ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।ଏହି କାର୍ୟ୍ୟକ୍ରମରେ ଜିଲ୍ଲା କୋଷାଗାର ଅଧିକାରୀ ଧରଣୀଧର ଦାସ, ଅତିରିକ୍ତ ଜିଲ୍ଲାପାଳ ସୁର୍ୟ୍ୟ ନାରାୟଣ ଦାସ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଉପ-ଜିଲ୍ଲାପାଳ ନିହାର ରଞ୍ଜନ କଁଅର ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ପେନସନର ମାନେ ଉପସ୍ଥିତ ଥିଲେ।