ଏକ ଅଜବ ସାମୁଦ୍ରିକ ଜୀବ, ବିଶେଷଜ୍ଞ ଟିମକୁ ଆଶ୍ଚର୍ଯ୍ୟ କରାଇଦେଇଛି

ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ଅଜବ ସାମୁଦ୍ରିକ ଜୀବ। ଆମେରିକାର ଉତ୍ତର କୈରୋଲିନାରେ ଏହି ଜୀବକୁ ଦେଖି ବିଶେଷଜ୍ଞ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାତୀୟ ଉଦ୍ୟାନର ଅଧିକାରୀମାନେ ଏହି ରହସ୍ୟମୟ ଜୀବର ଚିତ୍ର ନିଜ ଫେସବୁକ୍ ପୃଷ୍ଠାରେ

(ଦିଲ୍ଲୀ) : ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ଅଜବ ସାମୁଦ୍ରିକ ଜୀବ। ଆମେରିକାର ଉତ୍ତର କୈରୋଲିନାରେ ଏହି ଜୀବକୁ ଦେଖି ବିଶେଷଜ୍ଞ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାତୀୟ ଉଦ୍ୟାନର ଅଧିକାରୀମାନେ ଏହି ରହସ୍ୟମୟ ଜୀବର ଚିତ୍ର ନିଜ ଫେସବୁକ୍ ପୃଷ୍ଠାରେ ସେୟାର କରି ଏହା ବିଷୟରେ ଲୋକଙ୍କଠାରୁ ସୂଚନା ମାଗିଛନ୍ତି। ତେବେ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଲୋକମାନେ ଏହା ବିଷୟରେ ସନ୍ଧାନ କରିବା ଆରମ୍ଭ କରି ଦେଲେଣି।
ସେମାନେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଏଜି ସାମୁଦ୍ରିକ ଜୀବ ବିଷୟରେ ସେମାନେ ଅଜ୍ଞ ତେଣୁ ଲୋକମାନଙ୍କ ଠାରୁ ସାହାଯ୍ୟ ମଗାଯାଇଛି। ତେବେ କୌଣସି ଅଣ୍ଡାରୁ ଏହି ଜୀବ ବାହାରକୁ ବାହାରି ଥାଏ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏହି ଜୀବର ବହୁ ଅଙ୍ଗ ରହିଛି। ଏହାର ରଙ୍ଗ ଧଳା। ଏହି ଜୀବ ବିଷୟରେ କାହା ପାଖରେ କୌଣସି ସୂଚନା ନାହିଁ।