ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର  ଦେଶୀ ମଦ ଓ ପୋଚ ନଷ୍ଟ

ଆଠଗଡ (ଅଶୋକ ମଲ୍ଲିକ) : ଆଜି କଟକ ଜିଲ୍ଲା ଆଠଗଡ଼ରେ କଟକ ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ସଞ୍ଜୀତ ବାଲା, ଆଠଗଡ଼ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରମୋଦ ପଣ୍ଡାଙ୍କ ତତ୍ତ୍ଵାବଧାନରେ ମିଳିତ ଚଢାଉ। ଆଠଗଡ଼ ତିଗିରିଆ ବ୍ଳକ  ଭୀରୁଡା ପଣସପାଟଣା ରୁ  9130 ଲିଟର ପୋଚ ସହ 910 ଲିଟର ଦେଶୀ ମଦ ନଷ୍ଟ କରିଛନ୍ତି। 3 ଜଣଙ୍କ ନାମରେ କେସ ରୁଜୁ ହୋଇଛି । କଟକ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରାଯଇଥିଲା ।  ଆଠଗଡ଼ ଅବକାରୀ ବିଭାଗରେ ଯେବେ ଠାରୁ  ଡେପୁଟି ସୁପରିଟେଣ୍ଡେଣ୍ଟ  ନିଯୁକ୍ତି କରାଗଲା ସେବେ ଠାରୁ ଚୋରା ଦେଶୀ ମଦ ରୋକିବାରେ କିଛି ମାତ୍ରାରେ ସଫଳ ହୋଇଛି ବୋଲି ଜନସାଧାରଣ କହୁଛନ୍ତି ।