ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ଶ୍ରୀମନ୍ଦିରରେ ହେଲା ବଡ ମହାସ୍ନାନ

ପୁରୀ;- ବାନ୍ତି କରିଦେବାରୁ ଶ୍ରୀମନ୍ଦିରରେ ହେଲା ବଡ ମହାସ୍ନାନ । ଅବକାଶ ପୂଜା ନୀତିପରେ ଭିତର କାଠ ଦର୍ଶନ ଚାଲୁଥିବା ଘଟିଥିଲା ଅଘଟଣ । ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେଇଥିଲେ । ଏଥିପାଇଁ ବଡ ମହାସ୍ନାନ ହେଉଛି । ଦେଢ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହେବ । ଅବକାଶ ଶେଷ ହେବା ପରେ ମହାସ୍ନା ହେଉଛି । ଯେଉଁଥିପାଇଁ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା । ଏନେଇ ଶ୍ରୀମନ୍ଦିର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।