ଗ୍ୟାସ ପାଇପଲାଇନ ଫାଟି ନଦୀରେ ମାଡିଆସିଲା ୪୦ଫୁଟ ଉଚ୍ଚର ପାଣି

ବ୍ୟୁରୋ : ବାଗପତ ଠାରେ ଯମୁନା ନଦୀରେ ଆଇଜିଏଲର ପାଇପଲାଇନ ଫାଟି ୪୦ ଫୁଟର ପାଣି ମାଡିଆସିଛି । ଯାହାଫଳରେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ବିଷୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ଆଇଜିଏଲ କମ୍ପାନୀ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ସୂଚନା ଦିଆଯାଇଛି ।

ପାଇପଲାଇନ ଫାଟିବା ଶବ୍ଦରେ ଗ୍ରାମବାସୀ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଯଥାଶିଘ୍ର ଜଣାଇଥିଲେ । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ସେହି ସ୍ଥାନରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଆଇଜିଏଲ କମ୍ପାନୀର ଅଧିକାରୀଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଗ୍ୟାସ ସପ୍ଲାଇ ବନ୍ଦ କରିଦିଆଯାଇଛି । ଶିଘ୍ର ନିୟନ୍ତ୍ରଣ ଯୋଗୁଁ କାହାକୁ କିଛି କ୍ଷତି ପହଞ୍ଚିନାହିଁ । ପାଣିର ଜୁଆର ଦେଖିବା ପାଇଁ ଗ୍ରାମବାସୀ ଭିଡ ଜମାଉଛନ୍ତି ।