ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ…

0

ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଖଣ୍ଡାରେ। ସୂର୍ଯ୍ୟନଗର ବସ୍ତିରେ ଘଟିଛି ଏପରି ଘଟଣା। ଗୁରୁତର ଅବସ୍ଥାରେ ପ୍ରଥମେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ମେଡିକାଲକୁ ସ୍ଥାନାନ୍ତର। ଦୃର୍ବୁତ୍ତଙ୍କୁ ଧରିବାକୁ କ୍ୟାପିଟାଲ ଥାନା ପୋଲିସର ତନାଘନା। ସୂର୍ଯ୍ୟ ନଗର ବସ୍ତିର ରାଜେଶ୍ ପାଇଲ ତାର ସାଙ୍ଗ ନାରାୟଣ ରେଡ୍ଡୀ ସହ ବସି କଥା ହେଉଥିଲେ। ହଠାତ୍ ତିନିଜଣ ଦୁର୍ବୃତ୍ତ ଗାଡ଼ିରୁ ଓହ୍ଲାଇବା ସହ ସୂର୍ଯ୍ୟନଗର୍ ବସ୍ତିର ଆଉ ଦୁଇଜଣ ଯୁବକଙ୍କ ସହ ମିଶି ରାଜେଶ୍ ଏବଂ ନାରାୟଣଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରୁ ନରରଣୟ ରେଡ୍ଡୀ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ରାଜେଶ୍ ପାଇଲ ଙ୍କୁ ଗୋଡାଇ ଗୋଡାଇ ହାଣି ଥିଲେ ଦୃର୍ବୁତ୍ତ। ଆକ୍ରମଣରେ ରାଜେଶ୍ ଙ୍କ ପେଟ, ଦୁଇ ହାତ, ପାପୁଲିରେ ଗଭୀର ଆଘାତ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣ ପୂର୍ବରୁ ଦିନ ବେଳେ ରାଜା ଖାନ୍ ନାମକ ଜଣେ ଯୁବକକୁ ଏହି ଦୃର୍ବୁତ୍ତ ମାନେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତା ପାଇଁ ଏହି ଘଟଣା ଘଟିଥିବା ନେଇ ପୋଲିସ ସନ୍ଦେହ କରୁଛି l ସେପଟେ ହୋଲି ପୂର୍ବରୁ ଏମିତି ଘଟଣା କମିଶନରେଟ୍ ପୋଲିସର ନିଦ ହଜେଇଛି ।