ଘରେ ପଶି ଦମ୍ପତ୍ତିଙ୍କୁ ହତ୍ୟା କଲେ ଦୁବୃର୍ତ୍ତ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ରାତି ଅଧରେ ଘରେ ପଶି ବିଭତ୍ସ ଭାବେ ଦମ୍ପତ୍ତିଙ୍କୁ ହାଣି ହତ୍ୟା କଲେ ଦୁବୃର୍ତ୍ତ । ଘର ଅଗଣାରେ ଶୋଇଥିବା ବେଳେ କଲେ ହତ୍ୟା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଧିରାମପଡାରେ ଘଟଣା ଘଟିଥିବା ଜଣାପଡିଛି । ପ୍ରକାଶ ଯେ,ଗୋଧିରାମପଡାର ରାମାଇ ମୁଣ୍ଡା ଓ ସ୍ତ୍ରୀ ଚମ୍ପା ମୁଣ୍ଡା ଗତକାଲି ରାତିରେ ଘର ଅଗଣାରେ ଖଟିଆ ପକାଇ ଶୋଇଥିଲେ । ବିଳମ୍ବିତ ରାତିରେ କେତେକ ଦୁବୃର୍ତ୍ତ କବାଟ ଭାଙ୍ଗି ଘରେ ପଶି ଅଗଣାରେ ଶୋଇଥିବା ଦମ୍ପତ୍ତିଙ୍କୁ ଅତି ବିଭତ୍ସ ଭାବରେ ହାଣି ଦେଇଛନ୍ତି । ଆଜି ସକାଳେ ପଡୋଶୀ ଦମ୍ପତ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖିଥିଲେ । ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଁଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଛନ୍ତି । ତେବେ ରାତି ଅଧରେ କିଏ ଓ କାହିଁକି ଏହି ଦମ୍ପତ୍ତିଙ୍କୁ ହତ୍ୟା କରିଛି ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।