(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନା ହରିହରପୁର ପଞ୍ଚାୟତ ରୁଟୁଭୂଇଁ ସ୍ଥିତ ୫୩ନଂ ଜାତୀୟ ରାଜପଥ ରାସ୍ତାକଡରେ ଗତକାଲି ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକର ଚକା ଫସିଛି । ସୂଚନାରୁ ପ୍ରକାଶ ଯେ, ତାଳଚେର ଆଡୁ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଡେରେଙ୍ଗସ୍ଥିତ ଜେଆଇଟିପିଏଲ କମ୍ପାନୀ,କଣିହାଁ ଅଭିମୁଖେ ଆସୁଥିବା ୧୯ଏଚ୍ ୪୧୭୭ନଂ ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକ୍ ରାସ୍ତା କଡରେ ଫସିରହିଛି । ଏହି ଟ୍ରକଟି ଅନ୍ୟ ଏକ କୋଇଲା ବୋଝେଇ ଟ୍ରକକୁ ଓଭରଟେକ୍ କରୁଥିବା ବେଳେ ଏଭଳି ହୋଇଥିବା ପାରିପାରିର୍ଶିକ ସ୍ଥିତିରୁ ଅନୁମାନ କରାଯାଉଛି ।
କିଛି ଦିନ ପୂର୍ବରୁ ୫୩ ନମ୍ବର ଜାତୀୟପଥ ରାସ୍ତା କଡରେ ଏନ୍ସିସି କମ୍ପାନୀ ପକ୍ଷରୁ ପାଇପ୍ ବିଛାଯାଇ ମାଟି ଘୋଡାଯାଇଥିଲା । ତେବେ ଠିକ୍ ଭାବରେ ମାଟିକୁ ଘୋଡାଯାଇନଥିଲା । ଫଳସୂରୁପ ଉକ୍ତ ଟ୍ରକ୍ ଚାଳକ ଜଣକ ଦ୍ରୁତ ଗତିରେ ଅନ୍ୟ ଏକ ଟ୍ରକକୁ ଓଭରଟେକ କରିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଘୋଡା ଯାଇଥିବା ମାଟି ଭିତରେ କୋଇଲା ଲୋଡିଂ ଟ୍ରକ୍ ଚକା ଫସିଯାଇଥିଲା । ଚାଳକ ଜଣକ ସାମାନ୍ୟ ଆହାତ ହୋଇଥିବା ଜଣାପଡିଥିଲା ।