ସୋସିଆଲ ମିଡିଆରେ ଗୋଟିଏ କବିତା ପୋଷ୍ଟ କରି ୧୮ ହଜାର ୩୭୦ କୋଟି ଟଙ୍କାର କ୍ଷତି ସହିଲେ ବ୍ୟବସାୟୀ

କେତେବେଳେ ନିଜର କିଛି ଫଟୋ ତ କେତେବେଳେ କବିତାର କିଛି ଧାଡି ଆପଣ ପୋଷ୍ଟ କରିବା ସାଧାରଣ କଥା ।

(ଦିଲ୍ଲୀ) : ସୋସିଆଲ ମିଡିଆରେ ଆପଣ କିଛି ପୋଷ୍ଟ କରୁଛନ୍ତି କି ତେବେ ହୋଇଯାଆନ୍ତୁ ସତର୍କ । କେତେବେଳେ ନିଜର କିଛି ଫଟୋ ତ କେତେବେଳେ କବିତାର କିଛି ଧାଡି ଆପଣ ପୋଷ୍ଟ କରିବା ସାଧାରଣ କଥା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଚୀନର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ କବିତା ପୋଷ୍ଟ କରି ହଟହଟା ହୋଇଛନ୍ତି। କେବଳ ଗୋଟିଏ କବିତା ପାଇଁ ତାଙ୍କୁ ୧୮ ହଜାର ୩୭୦ କୋଟି ଟଙ୍କାର କ୍ଷତି ହୋଇଛି।

ସୂଚନାନୁଯାୟୀ , ଚୀନର ମିଟୁଆନ କମ୍ପାନୀର ଚେୟାରମ୍ୟାନ ୱାଙ୍ଗ ଜିଙ୍ଗ୍ ମେ ୬ରେ ଏକ ପୁରୁଣା କବିତା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି କବିତା ପାଇଁ ତାଙ୍କୁ ୧୮ ହଜାର ୩୭୦ କୋଟି ଟଙ୍କାର କ୍ଷତି ହୋଇଛି। ଏହି କବିତାଟି ୧୧୦୦ ବର୍ଷ ପୁରୁଣା। ଏହି କବିତାଟି ଚୀନର ପ୍ରଥମ ସମ୍ରାଟଙ୍କ ଦମନକାରୀ ନୀତି ଉପରେ ଉଲ୍ଲେଖ୍ୟ ଥିଲା। ଏହି ସମ୍ରାଟ ବୌଦ୍ଧିକ ଅସନ୍ତୁଷ୍ଟିକୁ ରୋକିବା ପାଇଁ ପୁସ୍ତକ ଜଳାଇ ଦେଇଥିଲେ। ଯେତେବେଳେ ୱାଙ୍ଗ୍ ଏହି କବିତା ପୋଷ୍ଟ କଲେ ଲୋକମାନେ ଭାବିଲେ ଯେ, ସେ ଚୀନର ବର୍ତ୍ତମାନର ଶାସକ ଶି ଜିନପିଙ୍ଗଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି କାରଣରୁ ୱାଙ୍ଗଙ୍କ କମ୍ପାନୀରେ ଭାରି କ୍ଷତି ହୋଇଥିଲା।