ସିଆଣ୍ଡି ବିଟ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ଧରା ପଡିଛି ପକ୍ଷୀ ଶିକାରୀ…

ଚିଲିକା କୂଳରୁ ଧରା ପଡ଼ିଲା ପକ୍ଷୀ ଶିକାରୀ ।  ଦୁଇଟି ମୃତ ପକ୍ଷୀ ବନ୍ଧୁକ ଆଉ ଗୁଳି ସହ ଗିରଫ ଚିଲିକା ଡିଭିଜନ ର ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ ରେଞ୍ଜର ସ୍ଵତନ୍ତ୍ର ସ୍କ୍ୱାର୍ଡ ଟିମ୍ । ସିଆଣ୍ଡି ବିଟ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିଲା ବେଳେ ଧରା ପଡିଛି ଅଭିଯୁକ୍ତ ପକ୍ଷୀ ଶିକାରୀ ଜଣଙ୍କ   ସ୍ଥାନୀୟ କୃଷ୍ଣପ୍ରସାଦ ବ୍ଳକ୍ ର ମାଲୁଦ ଅଞ୍ଚଳର ଶେଖ୍ ମୁସ୍ତାକ ବୋଲି ଜଣାପଡିଛି । ମଟର ସାଇକେଲ ରେ ଯାଉଥିବା ବେଳେ  ତା ଉପରେ ସନ୍ଦେହ କରିଥିଲା ବନ ବିଭାଗ । ତା ବାଇକ ରେ ଥିବା ଏକ ବ୍ୟାଗ୍ ରୁ ଇଗ୍ରେଟ ପ୍ରଜାତିର ଦୁଇଟି ପକ୍ଷୀ ଗୋଟିଏ ବନ୍ଧୁକ ଓ ତିନୋଟି ଦେଶୀ ବନ୍ଧୁକର ଗୁଳି ମିଳିଥିଲା । ତଦନ୍ତ ବେଳେ ନିଜ ସପକ୍ଷରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାକୁ ବନ୍ୟା ପ୍ରାଣୀ ସଂରକ୍ଷଣ ନିୟମ 1972 ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବେଆଇନ ପକ୍ଷୀ ଶିକାର ବିରୁଦ୍ଧରେ ଶୂନ୍ୟ ସହନ ସିଲତା ନୀତିକୁ ଆପଣାଇଛି ଚିଲିକା ଡିଭିଜନ।