ହିଞ୍ଜିଳି(ରିପୋର୍ଟର୍ସ ଟୁଡେ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର ସାପ। ପଥରପୁଞ୍ଜି ଗ୍ରାମର ଗାଦିଓଟ ବଟବୃକ୍ଷରେ ଦୀର୍ଘ ଦିନ ଧରି ବସବାସ କରୁଥିବା ଏହି ସାପଟିକୁ ଆଜି ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଅଜଗରର ଲମ୍ବ ୧୦ ଫୁଟ ହୋଇଥିବା ବେଳେ ଓଜନ ୩୨ କେଜି ହୋଇଥିବା ଜଣାଯାଇଛି। ସେପଟେ ସାପଟିର ବୟସ ୬ ବର୍ଷ ବୋଲି କୁହାଯାଉଛି। ଏହି ବଟବୃକ୍ଷରେ ଅଜଗର ରହୁଥିବା ଜାଣିପାରି ଭୟଭୀତ ହୋଇଯାଇଥିଲେ ଗ୍ରାମବାସୀ। ତେଣୁ ପିପୁଲ ଫର ଏନିମଲର ସଦସ୍ୟ ଶୁଭମ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ। ତେବେ ସାପଟିକୁ ଉଦ୍ଧାର କରିବା ପାଇଁ ତିଥି ଦିନର ଶତ ଚେଷ୍ଟା ବିଫଳ ହୋଇଥିଲା। କିନ୍ତୁ ଆଜି ସାପଟି ବାହାରକୁ ପବନ ଖାଇବା ପାଇଁ ଆସିଥିବା ବେଳେ ତାକୁ କାବୁ କରିଥିବା ସୂଚନା ମିଳିଛି।