ଆତଙ୍କବାଦୀ ଆକ୍ରମଣ ସମ୍ଭାବନା:ଭାରତକୁ ସୁଚନା ଦେଲା ଆମେରିକା

0

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ଥାନର ଆତଙ୍କବାଦୀ ସଂଗଠନ ଗୁଡିକ ଲଗାତାର ଭାବେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ଭାରତ ଗୁଇନ୍ଦା ବିଭାଗ ଏନେଇ ସୁଚନା ଜାରି କରିଥିବା ବେଳେ ଏବେ ଆମେରିକାର ଗୁଇନ୍ଦା ସଂସ୍ଥା ଭାରତକୁ ହେବାକୁ ଥିବା ଆକ୍ରମଣ ବିଷୟରେ ଅବଗତ କରାଇଛି । ଯଦି ପାକିସ୍ତାନ ଚାହେଁ ତେବେ ଭାରତରେ ବଡ ଧରଣର ଆକ୍ରମଣକୁ ରୋକା ଯାଇପାରିବ ବୋଲି ଆମେରିକା କହିଛି ।
ସୁଚନାଯୋଗ୍ୟ, ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ମୋଦି ସରକାର ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି । ପାକ୍ ସେନା ସହାୟତାରେ ତାଲିମ ନେଉଥିବା ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନଗୁଡିକ ଭାରତ ଉପରେ ଆକ୍ରମଣ କରିବାକୁ ଚାହୁଁଛନ୍ତି ।