ପର୍ଯ୍ୟଟନ ବିଭାଗର ନୂତନ ୱେବ ସାଇଟ ଉଦ୍ଘାଟିତ

(ମୃତ୍ୟୁଞ୍ଜୟ ଭୋଇ/ଆଦର୍ଶ ରାଉତ) ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ବିଭାଗର ୱେବ ସାଇଟ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ନୂତନ ୱେବ ସାଇଟ odishatourism.gov.in ଉଦ୍ଘାଟିତ ହୋଇଛି । ପର୍ଯ୍ୟଟନ ବିଭାଗର ସମସ୍ତ କାର୍ଯ୍ୟକୁ ଡିଜିଟାଲାଇଜେସନ୍ କରିବା ପାଇଁ ଏହା ସରକାରର ଏକ ଉଦ୍ୟମ । ଏହି ୱେବ ସାଇଟ ଦ୍ୱାରା ବିଶ୍ୱର ଯେ କୌଣସି ସ୍ଥାନରୁ ଜଣେ ଓଡିଶାର ଯେ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ହୋଟେଲଠୁ ଆରମ୍ଭ କରି ବସ, ଟ୍ରେନ ଆଦି ସୁବିଧା ପାଇ ପାରିବେ । ଏସବୁ ସୁଯୋଗ ଯୋଗାଇ ଦେବାକୁ ଓଟିଡିସି ଓ ଓୟୋ ହୋଟେଲ ସହ ବିଭାଗ ଚୁକ୍ତି କରିଛି। ଏହି ୱେବସାଇଟ ଦ୍ୱାରା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।
ପର୍ଯ୍ୟଟନ ମନ୍ତ୍ରୀ, ଗୃହମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ବିଭାଗୀୟ ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ, ଶିଳ୍ପପତି, ସୋସିଆଲ ମିଡିଆରେ ପ୍ରସିଦ୍ଧ ବ୍ଲଗରର ପ୍ରମୁଖଙ୍କ ଉପସ୍ଥିତିରେ ୱେବସାଇଟ ଉଦ୍ଘାଟନ ହୋଇଛି ।