(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ବର୍ତମାନ ସମୟରେ ସହରିକରଣ ପାଇଁ ବଳି ପଡ଼ୁଛି ହଜାର ଜହାର ଗଛ । ଗଛ ବଳି ପଡିବା ଫଳରେ ଏହାର ପାଲଟା କୁପ୍ରଭାବ ଆମ ଉପରେ ପଡ଼ୁଛି । ଯାହା ଫଲରେ ଜଳବାୟୁ ରେ ନାହିଁ ନଥିବା ପରିବର୍ତନ ଦେଖାଯାଉଛି । ତେଣୁ କରି ସହରୀକରଣ ସହିତ ଗଛକୁ କିପରି ସୁରକ୍ଷା ଦେଇ ହେବ ସେ ନେଇ ବର୍ତମାନ ଚିନ୍ତା କରାଯାଉଛି । ଜଳବାୟୁର ପରିବର୍ତନ କେବଳ ଆମ ଉପରେ ପଡ଼ୁଛି ତାହା ନୁହେଁ ଏହାର ଗଛ ଉପରେ ମଧ୍ୟ ପଡ଼ୁଛି । ଜାଣନ୍ତୁ ଜାଳବାୟୁ ପରିବର୍ତନ ଦ୍ୱାରା ଗଛ କିପରି ପ୍ରଭାବିତ ହେଉଛି ।
ଗୋଟିଏ ବର୍ଷରେ ପାଖାପାଖି ଦୁଇ ଡଜନ ଗଛ ଉପୁଡ଼ି ପଡ଼ୁଛି । ଆଉ ଉପୁଡିବାର କାରଣ ହେଉଛି ଗଛର ବିଶାଳକାୟ ଶରୀର । ଦିଲ୍ଲୀର ଏନଡିଏମସି ଅଞ୍ଚଳର ୧୧୦ ଆଭେନ୍ୟୁ ରୋଡର ଉଭୟ ପାର୍ଶ୍ବରେ ଇଂରେଜ ଅମଳରୁ ଲଗାଯାଇଥିବା ଗଛ ଏବେ ବିଶାଳ ବୃକ୍ଷରେ ପରିଣତ ହୋଇଛି । ଆଉ ଗଛ ଯେତେ ବିଶାଳକାୟ ହୋଇଯାଏ ସେତେ ଆକର୍ଷଣୀୟ ମଧ୍ୟ ଦେଖାଯାଏ । କିନ୍ତୁ ଖସୁଥିବା ଭୂତଳ ଜଳସ୍ତର ଓ କଂକ୍ରିଟ ସଡ଼କ ପାଇଁ ଏହି ବିଶାଳକାୟ ବୃକ୍ଷର ଚେର ମାଟି ଭିତରକୁ ଯାଇପାରେ ନାହିଁ । ଯାହାଫଳରେ ବର୍ଷା ଓ ପବନ ବେଗର ଆଘାତ ପାଇ ଗଛ ଗୁଡିକ ଉପୁଡି ପଡେ । ଏଥିପାଇଁ ନୂଆଦିଲ୍ଲୀ ନଗର ପାଳିକା ପରିଷଦ ଗଛଗୁଡିକର ସୁରକ୍ଷା ପଇଁ ଅଣ୍ଟା ଭିଡିଛି । ମୌସୁମୀ ସମୟରେ ମାଇକ୍ରୋ ନ୍ୟୁଟ୍ରିୟଣ୍ଟ ବ୍ୟବହାର କରି ଗଛଗୁଡିକର ମୋଟାପଣକୁ କମ କରାଯିବ ବୋଲି ନିଷ୍ପତ୍ତି ନେଇଛି ।
ଏନଡିଏମସିର ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଏସ୍.ଚିଲ୍ଲଇୟା କହିଛନ୍ତି କି, ଆମେ ଏଭଳି ଗଛ ସବୁକୁ ଚିହ୍ନଟ କରିସାରିଛୁ ଯାହାର ଚେର ଦୁର୍ବଳ ଅଛି । ଏହି ଗଛଗଡିକୁ ପୂର୍ଣ୍ଣ ମାତ୍ରାରେ ଚିକିତ୍ସା କରାଯିବ । ଯାହାଦ୍ବାରା ମୌସୁମୀ ସମୟରେ ଆଉ ଗଛ ଗୁଡିକ ଆଉ ଉପୁଡିବ ନାହିଁ । ଗଛର ଚାରିପଟ ମାଟିରେ ପାଇପ୍ ଲଗାଇ ଏନପିକେ ଫର୍ଟିଲାଇଜର ଦିଆଯିବ । ଗଛରର ମୂଳରେ ପାଣି ଦିଆଗଲେ ଔଷଧ ଏହି ପାଣି ମାଧ୍ୟମରେ ଗଛର ଚେର ପର୍ୟ୍ୟନ୍ତ ଯିବ । ଫଳରେ ଗଛର ଚେର ମାଟି ଭିତରେ ପାଣି ସନ୍ଧାନ କରି ଗଭୀରକୁ ଯିବ । ଆଉ ଗଛ ଗୁଡକି ମୋଟା ନହୋଇ ମାଟିତଳୁ ମଜବୁତ ହେବ ।