୩ ବିଜେପି ନେତାଙ୍କୁ ନୋଟିସ

0

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ୩ ବିଜେପି ନେତାଙ୍କୁ କମିଶନରେଟ୍ ପୁଲିସର ନୋଟିସ । ନାର୍ବାଚନ ଆଚରଣ ବିଧି ଉଲଘଂନ ନେଇ ନୋଟିସ । ସମୀର ମହାନ୍ତି , ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କରିଛି ପୋଲିସ । ତେବେ ନକଲି ଗୁଇନ୍ଦା ରିପୋର୍ଟକୁ ନେଇ ପ୍ରେସମିଟ କରିଥିବାରୁ ଏମାନଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ପୁଲିସ । ଆସନ୍ତାକାଲି ୧୦ ଟାରେ ଖାରବେଳ ନଗର ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିବା ବିଜେପି କହିଥିଲା । ଏଥିପାଇଁ ଦଳ ପକ୍ଷରୁ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ତଥାକଥିତ ଗୁଇନ୍ଦା ରିପୋର୍ଟ ପ୍ରଦର୍ଶନକରାଯାଇଥିଲା । କିନ୍ତୁ ଏହି ରିପୋର୍ଟ ନକଲି ବୋଲି ଓଡ଼ିଶା ପୁଲିସ କହିବା ସହ ବିଜେପି ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଛି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କାର୍ୟ୍ୟା ଳୟ ପକ୍ଷରୁ ଟ୍ଵିଟ କରି କୁହାଯାଇଥିଲା ।