ପୁଣି ଭାଷିଲା ଉତ୍ତର ଭାରତ, ଜଳକାରେ ବନ୍ୟା, ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା

ବାଲେଶ୍ଵର: ଜଳକା ନଦୀରେ ପୁଣି ବନ୍ୟା ହୋଇଛି । ଉପର ମୁଣ୍ଡରେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ୪ର୍ଥ ଥର ବନ୍ୟା ଆସିଛି । ବସ୍ତା ମଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିବା ବେଳେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ଜଳସ୍ତର ବଢ଼ି ୬. ୭୧ମିଟରରେ ପ୍ରବାହିତ ହେଉଛି । ବନ୍ୟା ଆସିବା ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ଉଭୟ ନଦୀର ଜଳସ୍ତର ବଢୁଛି । ବୁଢ଼ାବଳଙ୍ଗ ନଦୀରେ ସତର୍କ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ମଧ୍ୟ ଜଳସ୍ତର ଅଧିକ ରହିଛି । ତେଣୁ ବାଲେଶ୍ବର ଜିଲ୍ଲାର ସବୁ ଅଧିକାରୀ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ ଖୋଲିଛି । ଏବେ ମୋଟ୍ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାରହିଛି । ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ପ୍ରତି  ସେକେଣ୍ଡରେ ୨ ଲକ୍ଷ ୯୩ ହଜାର  ୫୧୨କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦ ସ୍ପିଲ୍‌-ୱେର ୧୧ଟି  ଗେଟ୍‌, ବୁର୍ଲା ସ୍ପିଲ୍‌-ୱେର ୫ ଗେଟ୍‌  ସହ ପାୱାର ଚାନେଲ ମାଧ୍ୟମରେ ପ୍ରତି  ସେକେଣ୍ଡରେ ସମାନ ପରିମାଣରେ ଜଳ ନିଷ୍କାସିତ ହେଉଛି । ଉଭୟ  ପାଶ୍ୱର୍ର ୨୦ଟି ସ୍ଲୁଇସ୍‌ଗେଟ୍‌, ବୁର୍ଲା ପାୱାର ଚାନେଲ, ବିଭିନ୍ନ ଶିଳ୍ପାନୁଷ୍ଠାନ ବ୍ୟବହାର ପାଇଁ ୨୧୪ କ୍ୟୁସେକ୍‌ ଓ ଜଳଭଣ୍ଡାର ସଂଲଗ୍ନ ୪ଟି  କେନାଲକୁ ମିଶାଇ ପ୍ରତି ସେକେଣ୍ଡରେ ମୋଟ୍‌ ୨ ଲକ୍ଷ ୨୭ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ।