ଢେଙ୍କାନାଳ: ଆଜି ଠାରୁ ଆରମ୍ଭ ହୋଇଯାଇଛି ଯୋରନ୍ଦା ପୀଠରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା । ତେବେ ମହିମା ଗାଦିରେ ଏହି ମେଳା ଦିଘ୍ର ୩ ଦିନ ଧରି ଚାଲିବ । ଏହି ମେଳାରେ ମହିମା ସାଧୁଙ୍କ ସାମତ ୧୦ ଲକ୍ଷ ଭକ୍ତଙ୍କ ଭିଡ ଜମିବାର ସମ୍ଭାବନା ରହିଛି । ଗାଦି ମନ୍ଦିରଳ ଧୁନି ମନ୍ଦିର , ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ଝାଡ ଦୀପ ପଜ୍ଜ୍ୱଳନ ପାଇଁ ବୃହତ ଝାଡ ଏବଂ ମହମ ଘିଅ ପ୍ରସ୍ତୁତ ହୋଇ ରହିଛି । ଆଜି ଏହି ଝାଡ ଦୀପ ଛଠିବ ।
ବକଳ ସମାଜ ମୁଖ୍ୟ ଗାଦି ମନ୍ଦିରରେ ନୀତିକାନ୍ତି କରିବେ ଏବଂ କୌପୁନି ସମାଜ ପାଇଁ ଭଜନ ମଣ୍ଡପ ନିକଟରେ ଅସ୍ଥାୟୀ ପୂଜା ପାଠ କରିବେ । ଆଜି ସକାଳୁ ଯୋରନ୍ଦା ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ତେବେ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ଏଠାରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।