ବସ୍ତା / ଅଜିତ ସାହୁ: ବସ୍ତା ବ୍ଲକ ପାଉଁଶକୁଲି ସେବା ସମବାୟ ସମିତି ପରିସରରେ ପାଉଁଶକୁଲି ସରପଞ୍ଚଙ୍କ ପ୍ରତିନିଧି ଶିଶିର କୁମାର ସେନାପତି ଙ୍କ ଆହ୍ଵାନ କ୍ରମେ କୃଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଧାନ ବିକ୍ରି ବେଳେ ଏଫ୍ଏକ୍ୟୁ ମାନର ଧାନ ଆଳରେ ମାତ୍ରାଧିକ କଟନି ଛଟଣୀ ନ କରିବା, ଚାଷୀଙ୍କୁ ଶୋଷଣ ନକରିବା, ନିର୍ଦ୍ଧାରିତ ଦିବସ ରେ ନିୟମ ଅନୁଯାୟୀ ଧାନ କ୍ରୟ କରିବା, ସମସ୍ତ ପଞ୍ଜୀକୃତ୍ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା, କୌଣସି ଜଣେ ବି ଚାଷୀର ଟୋକନ୍ ବାତିଲ ନହେବା, ଚାଷୀ ବାରମ୍ବାର ଫେରିବା କିମ୍ବା ଦୀର୍ଘ ସମୟ ଧରି ଅପେକ୍ଷା କରି ଯେମିତି ନିରାଶ ନ ହୁଅନ୍ତି, ସର୍ବ ପରି ଚାଷୀଙ୍କ ହକ ଓ ସ୍ବାର୍ଥ ପ୍ରତି ଗୁରୁତ୍ବ ଦିଆ ଯାଇ ଆଲୋଚନା ମାଧ୍ୟମରେ ନିଷ୍ପତି ନିଆଯାଇଥିଲା। ବୈଠକ କୁ ଶ୍ରୀଯୁକ୍ତ ସେନାପତି ସଭାପତିତ୍ବ କରିଥିବା ବେଳେ, ସେବା ସମବାୟ ସମିତିର ସଭାପତି ସଞ୍ଜୀବ କୁମାର୍ ମହାନ୍ତି, ତାଡ଼ଦା ସରପଞ୍ଚ ପ୍ରଭାତ ବିଶ୍ଵାଳ, ସିଂଲା ସରପଞ୍ଚ ବିପିନ ବିହାରୀ ବିଶ୍ବାଳ, ସେବା ସମବାୟ ସମିତି ର ସମ୍ପାଦକ ରାସ ବିହାରୀ ଦାସ, ନିର୍ଦ୍ଦେଶକ ହେମେନ୍ଦ୍ର ବାରିକ,କାର୍ତ୍ତିକ ଚନ୍ଦ୍ର ପାତ୍ର,ମନ୍ମଥ ଗିରି,ପଞ୍ଚାନନ ବାରିକ, ଚାଷୀ କମିଟିର ସଦସ୍ୟ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।