ଏମ୍ସର ଅବ୍ୟବସ୍ଥା ପାଇଁ AAP ଓ BJP ଦାୟୀ: ରାହୁଲ ଗାନ୍ଧୀ

0

ଦିଲ୍ଲୀ ଏମ୍ସରେ ରାହୁଲ ଗାନ୍ଧୀ । ଏମ୍ସରେ ପହଞ୍ଚିବା ପରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ପଚାରି ବୁଝିଥିଲେ  ।  ଯେଉଁ ସମସ୍ୟାକୁ  ରାହୁଲ ଗାନ୍ଧୀ  ଶୁଣି ସାରିବା ପରେ ସୋସିଆଲ୍ ମିଡିଆ ମାଧ୍ୟମରେ  ଦର୍ଶାଇଥିଲେ  । ତେଣୁ ହସ୍ପିଟାଲରେ ଥିବା ଏଭଳି ଅବ୍ୟବସ୍ଥା ପ୍ରତି ସରକାର ଧ୍ୟାନ ଦେବାକୁ ରାହୁଲ  କହିଥିଲେ ।

ସୂଚନା ଅନୁଶାରେ  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗତ ଗୁରୁବାର  ରାତିରେ ଦିଲ୍ଲୀର AIIMS ବାହାରେ ରୋଗୀଙ୍କୁ ଭେଟିଥିଲେ। ଯାହାର ଏନେକ ଫଟୋ ମଧ୍ୟ ରାହୁଲ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି  । ରେଗୀମାନେ ଚିକିତ୍ସା ପାଇଁ ଆସି, ଯେଉଁଭଳି ଭାବରେ  ଫୁଟପାଥ ଏବଂ ମେଟ୍ରୋରେ ଶୋଉଛନ୍ତି । ତାହା ସରକାରଙ୍କ ବିଫଳତା ବୋଲି କହିଛନ୍ତି । ଯେଉଁ କାରଣରୁ ସେ ଦିଲ୍ଲୀର ଆପ୍ ସରକାରଙ୍କ ସମେତ କେନ୍ଦ୍ରର ବିଜେପି ସରକାରଙ୍କୁ ମଧ୍ୟ  ଏଥିପାଇଁ ଦାୟୀ କରିଥିଲେ ।