କ୍ୟାନସର ଏକ ମାରାତ୍ମକ ରୋଗ ହୋଇଥିବା ବେଳେ ଘରୋଇ ଚିକିତ୍ସାରେ ଏହା ସମ୍ପୂର୍ଣ୍ଣ ଭଲ ହେଉଥିବା ଦାବି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ କ୍ରିକେଟର ନବଜୋତ ସିଦ୍ଧୁ । କେବଳ ଚର୍ଚ୍ଚା ନୁହେଁ ବରଂ କ୍ୟନାସର ପାଇଁଛ ସ୍ପେଶାଲ ଡାଏଟ ଲୋକଲୋଚନକୁ ଆଣିବା ତାଙ୍କୁ ମହଙ୍ଗା ପଡିଛି । ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ଙ୍କ ବିରୋଧରେ ଜାରି ହୋଇଛି ୮୫୦ କୋଟିର ନୋଟିସ । ତାଙ୍କୁ ନୋଟିଏ ପଠାଇଛି ଛଚ୍ଛିଶଗଡର ସିଭିଲ ସୋସାଇଟି । ୭ ଦିନ ମଧ୍ୟରେ ଏହାର ପ୍ରମାଣ ନ ଦେଲେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଚେତାବନି ମଧ୍ୟ ଦିଆଯାଇଛି ।ଆଉ ଦାବିରେ ସତ୍ୟତା ନଥିଲେ ତାଙ୍କୁ କ୍ଷମା ମଗିବାକୁ ମଧ୍ୟ କୁହାଯାଇଛି । କାରଣ ବହୁ ଡାକ୍ତର ଏହି ଦାବିକୁ ବିିରୋଧ କରିଛନ୍ତି, ଏହା ବଜ୍ଞାନ ଆଧାର ନୁହେଁ ବୋଲି ବୋଲି କହିଛନ୍ତି ।
ସୂଚନା ମୁତାବିକ କିଛିଦିନ ତଳେ ନବଜୋତ ସିଦ୍ଧୁ ଏବଂ ତାଙ୍କ ସ୍ତ୍ରୀ ନବଜୋତ କୈାର ସିନ୍ଧୁ ଏକ ସାମ୍ବାଦିକ ସମ୍ମଳନୀ କରି କହିଥିଲେ ଯେ କ୍ୟାନସର ଚତୁର୍ଥ ଷ୍ଟେଜରୁ ଆରୋଗ୍ୟ ପାଇଁ କେମୋ ଥେରାପି ସହ ଅସ୍ରୋପ୍ରଚାର ମଧ୍ୟ ସରିଥିଲା । ଏହା ସହିତ ସେ ସ୍ପେଶାଲ ଡାଏଟ ନେଇଥିଲେ । ଯେଉଁଥିରେ ପ୍ରତିଦିନ ସେ ଖାଲି ପେଟରେ ଉଷୁମ ଲେମ୍ବୁପାଣି ସହ କଞ୍ଚା ହଳଦୀ ଓ ଗୋଟିଏ ପାଖୁଡା ରସୁଣ ଖାଉଥିଲେ । ଅଧଘଣ୍ଟା ପରେ ୧୦ରୁ ୧୨ଟି ନିମ୍ବ ପତ୍ର ଓ ତୁଳସୀ ପତ୍ର ସହ ଅଦା, ଡାଲଚିନି ଓ ଗୋଲମରିଚ ଖାଉଥିଲେ। ଶ୍ୱେତସାର ଯୁକ୍ତ ଖାଦ୍ୟ, ଚିନି, କ୍ଷୀର, ରିଫାଇନ୍ ତେଲ ବନ୍ଦ କରିବା ସହ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଡିନର କରୁଥିଲେ। ଖାଇବାରେ ଲମ୍ବା ବ୍ୟବଧାନ କର୍କଟ କୋଷକୁ ମାରିବାର କ୍ଷମତା ରଖୁଥିବାରୁ ୧୪ ଘଣ୍ଟା ଖାଲି ପେଟରେ ରହୁଥିଲେ। ତେବେ ଏଭଳି ଦାବିକୁ ଭ୍ରମାତ୍ମକ ବୋଲି ନୋଟିସରେ ଦର୍ଶାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।