୫୮ ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରଖିଛନ୍ତି

0

ଭୁବନେଶ୍ୱର(ବିଧାନସଭା);- ରାଜ୍ୟ ବିଧାନସଭା ଶୀତାକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ପ୍ରଶ୍ନକାଳରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ସୂଚନା ଦେଇଛନ୍ତି ଯେ, ୫୮ ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରଖିଛନ୍ତି। ଏନେଇ କାର୍ୟ୍ୟ ଚାଲିଛି ଜ୍ଝ ଆବଶ୍ୟକ ଅନୁଯାୟୀ ପିପିପି ମୋଡରେ ହାଇବ୍ରିଡ଼ କୋଲଡ଼ ଷ୍ଟୋରେଜ କରାଯିବ । ଏହି ଶୀଳତଭଣ୍ଡାର ଗୁଡିକ ପିପିପି ମୋଡରେ ନିର୍ମାଣ କରାଯିବ । ଯଦି ଆଉ ଶୀତଳଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି ତେବେ ପିପିପି ମୋଡରେ ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କେ.ଭି ସିଂଦେଓ ସୂଚାନ ଦେଇଛନ୍ତି ।