ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଧମକ ମିଳିବା ପରେ ମଝି ଆକାଶରେ ବିମାନକୁ ଡାଇର୍ଭଟ କରାଯାଇ ଜରୁରୀକାଳୀନ ଅବତରଣ କରାଯାଇଛି । ଘଟଣା ବିଷୟରେ ଜାଣିବା ପରେ ଭୟଭୀତ ହୋଇଯାଇଛନ୍ତି ଯାତ୍ରୀ । ଆଇଜିଆଇ ବିମାନ ବନ୍ଦରରେ ବିମାନଟି  ଜରୁରୀକାଳୀନ ଅବତରଣ କରିଛି । ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଅଣାଯାଇଥିଲା । ଏହାପରେ ବିମାନଟିକୁ ଯାଞ୍ଚ କରାଯାଉଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ ।