ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତ ହାସଲ କଲା ବିଜୟ

0

ବ୍ୟୁରୋ : ଆଇସିସି ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଠାରୁ ନିଜ ପ୍ରଥମ ମ୍ୟାଚରେ ହାରିବା ପରେ ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି । ରବିବାର ହର୍ମନପ୍ରୀତ୍ କୌରଙ୍କ ନେତୃତ୍ବାଧିନରେ ଏବଂ ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ୍‌ଙ୍କ ଚମତ୍କାର ବୋଲିଂ ପରେ ଜେମିମା ରଡ୍ରିଗ୍ବେଜ୍ ଓ ହର୍ମନପ୍ରୀତ୍ କୌରଙ୍କ ଉପଯୋଗୀ ପାଳି ବଳରେ ଭାରତୀୟ ଦଳ ସଫଳତା ହାସଲ କରିଛି।

ଫଳରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରାଧାନ୍ୟ ଜାରି ରହିଛି। ରବିବାର ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଟିମକୁ ଭାରତୀୟ ବୋଲର ଜମିବାକୁ ଦେଇ ନ ଥିଲେ । ପ୍ରଥମ ଓଭରରେ ରେଣୁକା ସିଂହ ଗୁଲ ଫିରୋଜାଙ୍କୁ ବୋଲ୍ଡ କରି‌ ଦେବା ପରେ ଫତିମା ସାନାଙ୍କ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦ୍ରୁତ ବୋଲର ଅରୁନ୍ଧତିଙ୍କୁ ଖେଳି ନପାରି ପାକିସ୍ତାନର ୩ ପ୍ରମୁଖ ବ୍ୟାଟର୍‌ ଓମୈମା ସୋହେଲ, ନିଦା ଦାର, ଆଲିୟା ରିଆଜ ପାଭିଲିଅନ ଫେରିଯାଇଥିଲେ ।

୧୦୬ ରନ୍ ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୮.୫ ଓଭରରେ ହାସଲ କରିନେବାରେ ସକ୍ଷମ ହୋଇଥିଲା। ବୋଲିଂ ବାହିନୀର ମିଳିତ ତଥା ଫଳପ୍ରଦ ପ୍ରୟାସ ପାଇଁ ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ରେ ଭାରତ ୭ ୱିକେଟ୍‌ର ବଡ଼ ବିଜୟ ପାଇଛି। ଏଥି ସହିତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ବିଜୟ ଦିଗରେ ଆତ୍ମବିଶ୍ବାସର ସହ ଅଗ୍ରସର ହୋଇଛି ଭାରତୀୟ ଦଳ । ସେହିଭଳି ପଦାର୍ପଣରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ତାରକା ମୟଙ୍କ ଅଗ୍ରୱାଲ୍ ଓ ନୀତୀଶ କୁମାର ରେଡ୍ଡୀ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିବାର ସ୍ମରଣୀୟ ଅନୁଭୂତି ପାଇଛନ୍ତି।