ମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା: ୭ ଦୁର୍ବୃତ୍ତଙ୍କୁ ଗିରଫ

0

ବ୍ୟୁରୋ : ସେନା ପୋଲିସ କଳି ତଥା ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା। ୭ ଦୁର୍ବୃତ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ୍ । ମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ୭ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା । ଏଡିସିପି କୃଷ୍ଣପ୍ରସାଦ ଦାସ ଏନେଇ ସୂଚନା ଦେଇଛନ୍ତି । ୭ ଜଣଙ୍କୁ ଗିରଫ କରିବା ସହ ୧୧ ମୋବାଇଲ ଗୋଟିଏ ଗାଡି ଜବତ କରିଛି । ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ୭ ରୋଡ ରୋମିଓଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଆକାଶ ପଢିଆରୀ, ହରିଶ ମହାନ୍ତ ଏବଂ ଆଶିଷ ସ୍ଵାଇଁ, ରାକେଶ ନାୟକ, ଅଭିଳାଷ ସାମନ୍ତ, ଅମନ କୁମାର, ଆଦିତ୍ଯ ରଞ୍ଜନ ବେହେରା।