ଭରତପୁର ଦୁର୍ବ୍ୟବହାର ଘଟଣା;ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

0

ଭୁବନେଶ୍ୱର; ଭରତପୁର ଦୁର୍ବ୍ୟବହାର ଘଟଣା । ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ତଦନ୍ତକାରୀ ଟିମ୍ ରିପୋର୍ଟ ଦାଖଲ କରିଛି । ନିଲମ୍ବିତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ସରିଛି । ପୀଡିତାଙ୍କ ପକ୍ଷକୁ ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ ହୋଇଛି । ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ରିପୋର୍ଟ ପଠାଯାଇଛି । ଅନ୍ୟ ଦିଗକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି ।ଆସନ୍ତାକାଲି ଦାଖଲ ହେବ ଚୂଡାନ୍ତ ରିପୋର୍ଟ। ଖୁବଶୀଘ୍ର ଡିଜିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ ୧୨୦ ବାଟାଲିୟନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରୁଛି । ବାସ୍ତବରେ ସେଦିନ ରାତିରେ ଭରତପୁର ଥାନାରେ କଣ ଘଟିଥିଲା ସେ ସଂପର୍କରେ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଅଟକ ରଖିଥିବା ବେଳେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି ।