ବ୍ୟାରିକେଡ କରିଥିବା ପୋଲିସ ଉପରକୁ କଂଗ୍ରେସର ଅଣ୍ଡା,ଟମାଟୋ ମାଡ

0

ବ୍ୟୁରୋ: କଂଗ୍ରେସର ଅଣ୍ଡା, ଟମାଟୋ ମାଡ। ଭରତପୁର ପୋଲିସ୍ କାଣ୍ଡ ପାଇଁ ପ୍ରତିବାଦରେ କଂଗ୍ରେସର ମାଡ। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ ପାଇଁ ଯିବା ସମୟରେ ବ୍ୟାରିକେଡ କରିଥିବା ପୋଲିସ ଉପରକୁ ଅଣ୍ଡା,ଟମାଟୋ ମାଡ। ଭରତପୁର ଥାନା ପୋଲିସର ଏହି କାଣ୍ଡକୁ ନେଇ ସାରା ରାଜ୍ୟରେ ପ୍ରତିବାଦ। ଯୁବ କଂଗ୍ରେସ ଏହି ଘଟଣାକୁ ନେଇ ହଲ୍ଲାବୋଲ କରିଛି । କେବଳ ବ୍ୟାରିକେଡ କରିଥିବା ପୋଲିସ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । ଅଟକାଇବା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି।