ବସ ଓଲଟି ୨୫ରୁ ଅଧିକ ଆହତ , ୨ଗୁରୁତର

0

ବାଲିଗୁଡା : ବାଲିଗୁଡାରୁ ଆସିଲା ଏକ ବଡ ଦୁର୍ଘଟଣା ଖବର । ବ୍ରହ୍ମଣୀଗାଁ ଥାନା ମାହାକୁଡି ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପର୍ଯ୍ୟଟକ ବସ୍ ଓଳଟି ୨୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି ।୨ ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଛି । ଆହତଙ୍କୁ ବ୍ରହ୍ମଣୀ ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ । ଦାରିଙ୍ଗବାଡିରୁ ଗଜପତି ଯିବା ସମୟରେ ବସଟି ଗୁର୍ଘଟଣାଗସ୍ତ ହୋଇଛି ।