ଭୁବନେଶ୍ୱର : ଆସୁଛନ୍ତି ଦୁର୍ଗତି ନାଶିନୀ ମା ଦୁର୍ଗା । ଉତ୍ସବମୁଖର ହୋଇପଢିଛି ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲିସିବା ପରି ମେଢ । ଆଜି ପୀଠରେ ସପ୍ତମୀ , ମଣ୍ଡପରେ ଷଷ୍ଠୀ ପୂଜା । ବେଲ ଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ଅଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ ।
ଏହାପରେ ରବିବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କଟକ ଗଡଚଣ୍ଡୀ । ସେହିପରି ବଗଲାମୁଖୀ ବେଶରେ ସଜ୍ଜିତ ହେବେ କଟକ ଚଣ୍ଡି ।
ଦୁଇବର୍ଷ ପରେ ବିନା କଟକଣାରେ ପୂଜା ହେଉଥିବାରୁ ଚଳିତବର୍ଷ ଉତ୍ସାହିତ ଅଛନ୍ତି ଭକ୍ତ । ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପୁଲିସ ପ୍ରଶାସନ ।