ପୁରୀ/ସଞ୍ଜୟ ମହାପାତ୍ର: କେବଳ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ନେଇ ଆଜି ବାର୍ ଆସୋସିଏସନର ୧୦ ଜଣିଆ କାର୍ୟ୍ୟକାରୀ କମିଟି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମଧ୍ୟ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ପୁରୀ ଜିଲ୍ଲା ବାର୍ ଆସୋସିଏସନ ସଦସ୍ୟ। ପୁରୀବାସୀଙ୍କ ପାଇଁ ସମସ୍ତ ଚାରିଦୁଆରେ ଉନ୍ମୁକ୍ତ କରିବାକୁ ଦାବିପତ୍ରରେ ଦର୍ଶାଯାଇଛି। କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପୁରୀବାସୀ ଯିବାରୁ ଅନେକ ସମୟ ଧରି ଲମ୍ବା ଲାଇନରେ ଠିଆ ହୋଇ ଦହଗଞ୍ଜ ହେଉଛନ୍ତି। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଠାରୁ ରାତ୍ର ପହୁଡ ପର୍ୟ୍ୟନ୍ତ ସମସ୍ତ ନୀତିକାନ୍ତି ଦର୍ଶନରୁ ପୁରୀବାସୀ ବଞ୍ଚିତ ହେଉଥିବାରୁ ଖୁବଶୀଘ୍ର ଚାରିଦୁଆର ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପରୀକ୍ଷାମୂଳକ ଭାବରେ ପୁରୀବାସୀଙ୍କୁ ଚାରିଦୁଆର ଦେଇ ଦର୍ଶନ କରାଇବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି ପୁରୀ ବାର୍ ଆସୋସିଏସନ ସମ୍ପାଦକ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକ ପରେ ଚାରିଦୁଆର ଖୋଲିବା ନେଇ ସ୍ପଷ୍ଟ ମତ ଆସିବ।